Odisha Link
Bridging the Missing Links in Odisha

ଏଥର ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ

ଭୁବନେଶ୍ୱର: ଏଥର ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଏହାକୁ ଯଥାର୍ଥ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭାଗ ଦ୍ୱାରା ପାଇଲଟ କାର୍ଯ୍ୟକ୍ରମ ଭାବେ କେନ୍ଦୁଝର ଓ ସୁନ୍ଦରଗଡ଼ରେ ଥିବା ପ୍ରାକ ବିଦ୍ୟାଳୟର ଶିଶୁଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ସାମିଲ କରାଯାଇଛି । ଏହା ଦ୍ୱାରା ଶିଶୁଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଶକ୍ତିର ବିକାଶ ହେବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଶା ବ୍ୟକ୍ତ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ମିଲେଟ ମିଶନ ପକ୍ଷରୁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସମ୍ପ୍ରତି ସୁନ୍ଦରଗଡ଼ ଜିଲ୍ଲାର ହେମଗିରି, ଟାଙ୍ଗରପାଲି ଓ ସଦର ବ୍ଲକର ୫୪୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଅଭିନବ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ୩୩୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଗତ ମାସରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Comments are closed.