Odisha Link
Bridging the Missing Links in Odisha

କରୋନା: ୨୪ ଘଣ୍ଟାରେ ଆଉ ୨୨୩୯ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି ରାଜ୍ୟର ୨୯ ଜିଲ୍ଲାରୁ ଆଉ ୨୨୩୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ୪୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୬ , ବାଲେଶ୍ୱର ୧୩୦, ବରଗଡ଼ ୫୧, ଭଦ୍ରକ ୭୩,ବଲାଙ୍ଗୀର ୬୬, ବୌଦ୍ଧ ୫୩, କଟକ ୧୧୭, ଢେଙ୍କାନାଳ ୩୬, ଗଜପତି ୪୨, ଗଞ୍ଜାମ ୨୪୬, ଜଗତସିଂହପୁର ୨୬, ଯାଜପୁର ୭୫, ଝାରସୁଗୁଡା ୧୩, କଳାହାଣ୍ଡି ୨୧, କନ୍ଧମାଳ ୯୦, କେନ୍ଦ୍ରାପଡା ୭, କେନ୍ଦୁଝର ୭୨, କୋରାପୁଟ ୯୧, ମାଲକାନଗିରି ୫୫ , ମୟୁରଭଞ୍ଜ ୮୦, ନବରଙ୍ଗପୁର ୧୪, ନୟାଗଡ଼ ୧୪୭, ନୂଆପଡା ୮, ପୁରୀ ୪୦, ରାୟଗଡା ୧୨୦, ସମ୍ବଲପୁର ୫୩ , ସୋନପୁର ୨୪ , ସୁନ୍ଦରଗଡ ରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୪,୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୦,୩୩୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୩ ହଜାର ୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

Comments are closed.