Odisha Link
Bridging the Missing Links in Odisha

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ: ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହେଲେ ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆଗାମୀ ନଭେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏହାକୁ ନଜରରେ ରଖି ଆମେରିକାରେ ରାଜନୀତି ଜୋର ଧରିଛି। ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍‌ଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି।

ରାଷ୍ଟ୍ରପତି ହେବା ନିମନ୍ତେ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲେ ବାଇଡେନ୍‌। ସେ ଟୁଇଟ୍ କରି କହିଛନ୍ତି ଯେ, ଏହା ହେଉଛି ‘ତାଙ୍କ ଜୀବନର ସମ୍ମାନ’।ଟୁଇଟର୍‌ରେ ସେ ଲେଖିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଲାଗି ଡେମୋକ୍ରାଟିକ୍ ପାର୍ଟିର ମନୋନୟନକୁ ଗ୍ରହଣ କରିବା ମୋ ଜୀବନର ସମ୍ମାନ।

‘ଡେମୋକ୍ରାଟିକ୍ ନ୍ୟାସ୍‌ନାଲ୍‌ କନ୍‌ଭେନ୍‌ସନ୍’ର ଦ୍ବିତୀୟ ଦିବସରେ ବାଇଡେନ୍‌ଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଏହି ଦଳୀୟ ସମ୍ମିଳନୀରେ ବାଇଡେନ୍‌ଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରୁଥିବା ଅନେକ ବିଗତ ଏବଂ ସାମ୍ପ୍ରତିକ ଡେମୋକ୍ରାଟିକ୍ ନେତା ଓ ବାଚସ୍ପତି ଉପସ୍ଥିତ ଥିଲେ। ମତ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଲାଇଭ୍ ୱେବ୍‌କାଷ୍ଟ୍‌ରେ ବାଇଡେନ୍ କହିଲେ, ଆପଣମାନଙ୍କୁ ଧନ୍ୟବାଦ। ଏହାର ଅର୍ଥ ମୋତେ ଓ ମୋ ପରିବାର ପ୍ରତି ସମସ୍ତଙ୍କର ସ୍ନେହ ଓ ସଦିଚ୍ଛା ରହିଛି।

Comments are closed.