ଗଣେଶ ପୂଜା: ନିଷ୍ପତ୍ତି ନେବେ ପ୍ରଶାସନ

ଭୁବନେଶ୍ୱର: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇନ ସିଟିରେ ଗଣେଶ ପୂଜା ଉପରେ କମିଶନରେଟ ପୁଲିସ ରୋକ ଲଗାଇଥିଲା। ଏନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ମାନ୍ୟବର କୋର୍ଟ ସ୍ଥାନୀୟ ଅଧିକାରୀଙ୍କ ଉପରେ ଗଣେଶ ପୂଜା ନିଷ୍ପତ୍ତି ଛାଡ଼ିଛନ୍ତି। ଏନେଇ ସମ୍ପୃକ୍ତ ସ୍ଥାନୀୟ ଅଧିକାରୀଙ୍କ ପାଖକୁ ଯିବାକୁ କୋର୍ଟ କହିଛନ୍ତି। ଟୁଇନ ସିଟିରେ ଗଣେଶ ପୂଜା ଅନୁମତି ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା। କଟକ ବୁଢା ଗଣେଶ ପୂଜା କମିଟି ସଭାପତି ଏହି ଜନସ୍ୱାର୍ଥ ମାମଲା କରିଥିଲେ। ମଣ୍ଡପରେ ପୂଜା କରାନଯିବା ନିଦେ୍ର୍ଧଶକୁ ସେ ଚ୍ୟାଲେଞ୍ଜ କରିଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ସବୁ ଜିଲ୍ଲାରେ ପ୍ରବେଶ କରିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ଧାରା ଦେଖିବାକୁ ମିଳିଲାଣି । ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ସଂକ୍ରମଣର ହାର ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ବିଏମସି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।