Odisha Link
Bridging the Missing Links in Odisha

ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦; ୧ ନମ୍ବରରେ ଇନ୍ଦୋର

ଇନ୍ଦୋର: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ର ଫଳାଫଳ ଘୋଷଣା କରିଛନ୍ତି କେନ୍ଦ୍ର ସରାକାର। ଏହି ପ୍ରତିଯୋଗିତାରେ ମଧ୍ୟ ପ୍ରଦେଶ ଇନ୍ଦୋର ସହରକୁ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ଘୋଷଣା କରିଛନ୍ତି। ଲଗାତାର ଚତୁର୍ଥ ବର୍ଷ ଧରି ସ୍ୱଚ୍ଛ ସହର ଭାବେ ଇନ୍ଦୋର ନମ୍ବର-୧ ର‍୍ୟାଙ୍କ୍ ପାଇଛି। ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୭, ୧୮, ୧୯ ମସିହାରେ ମଧ୍ୟ ଇନ୍ଦୋରକୁ ୧ ନମ୍ବର ସ୍ୱଚ୍ଛ ସହରର ଆଖ୍ୟା ମିଳିଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ଫଳାଫଳ ଘୋଷଣା କରିଛନ୍ତି।

ଏହି ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଗୁଜୁରାଟ ଓ ତୃତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରର ନବି ମୁମ୍ବାଇ ଥିବା ବେଳେ ୧ ଲକ୍ଷରୁ କମ୍‌ ଜନସଂଖ୍ୟା ଥିବା ସହର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ରର କରାଦ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ରହିଛି ରାଜ୍ୟର ସାସ୍ୱଦ ଏବଂ ଲୋନାବଲା।

ସମସ୍ତ ପ୍ରକାରର କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା। ଏହି ଦୁଇ ଶ୍ରେଣୀ ଭିତରୁ ପ୍ରଥମ ବର୍ଗରେ ଛତିଶଗଡ଼ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ବର୍ଗରେ ଶୀର୍ଷରେ ରହିଛି ଝାଡ଼ଖଣ୍ଡ। ଜଳନ୍ଦର କ୍ୟଣ୍ଟ୍‌ନମେଣ୍ଟ୍‌କୁ ଭାରତର ସ୍ୱଚ୍ଛ କ୍ୟଣ୍ଟ୍‌ନମେଣ୍ଟ୍‌ ବୋର୍ଡ ଘୋଷଣା କରାଯାଇଥିବା ବେଳେ ବାରଣାସୀକୁ ଶ୍ରେଷ୍ଠ ଗଙ୍ଗା ସହର ଭାବେ ଘୋଷଣା କରାଯାଇଛି।ଏକ ଲକ୍ଷରୁ ଊର୍ଧ୍ୱ ଜନସଂଖ୍ୟା ଥିବା ସହରଗୁଡ଼ିକରେ ସର୍ବାଧିକ ନାଗରିକ ଅଂଶଗ୍ରହଣ ଦୃଷ୍ଟିରୁ ଆଗରେ ରହିଛି ଉତ୍ତରପ୍ରଦେଶର ଶାହାଜନପୁର।

Comments are closed.