Odisha Link
Bridging the Missing Links in Odisha

ବନ୍ୟା ଆଶଙ୍କା ନାହିଁ: ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ଲଗାଣ ବର୍ଷା ଜନିତ ସ୍ଥିତି ନେଇ ନିଜ ପ୍ରତିକ୍ରିୟା ରଖିବା ଅବସରରେ ମନ୍ତ୍ରୀ ଶ୍ରୀ ଦାସ ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ। ନଦୀ ବନ୍ଧ ବି ଦୁର୍ବଳ ନାହିଁ। ନଦୀର ଜଳସ୍ତର ବଢିନାହିଁ। ତଳିଆ ଜାଗାରେ ପାଣି କମିଛି। ସବୁ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ପୂର୍ବରୁ ଲଘୁଚାପ ବର୍ଷା ଓ ତତଜନିତ ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା କରି କହିଥିଲେ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫୮.୫ ମିମି ବର୍ଷା ହୋଇଛି। ୫ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ଓ ୧୦ଟି ଜିଲ୍ଲାରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। କଟକ ଜିଲ୍ଲା ସାଲେପୁର ବ୍ଲକରେ ସର୍ବାଧିକ ୩୦୦ ମିମି ବର୍ଷା ରେକର୍ଡ କରାଯାଇଛି।

Comments are closed.