Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ କରୋନା। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଗଜେନ୍ଦ୍ର ସିଂହ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘କରୋନାର କିଛି ଲକ୍ଷଣ ଦେଖି ମୁଁ କରୋନା ପରୀକ୍ଷା କରିଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛି। ମୁଁ ଅନୁରୋଧ କରୁଛି ଯେଉଁମାନେ ନିକଟରେ ମୋ ସଂସ୍ପର୍ଷରେ ଆସିଥିଲେ, ନିଜକୁ ସଂଗରୋଧରେ ରଖନ୍ତୁ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।’

Comments are closed.