Odisha Link
Bridging the Missing Links in Odisha

ଆହୁରି ବର୍ଷିବ, ୫ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ୫ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଦେବଗଡ଼କୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ। ରେଡ୍‌ ଓ୍ବାର୍ଣ୍ଣିଂ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପାଣି ଜମିବା, କଚା ରାସ୍ତା ଓ ଘର ଭାଙ୍ଗିବା, ମାଟି ଅତଡା ଧସିବା ନେଇ ଆଶଙ୍କା କରାଯାଇଛି।

କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେରେ ମଧ୍ୟ ବର୍ଷା ସହ ପାଣି ଜମିବା, କଚା ରାସ୍ତା ଓ ଘର ଭାଙ୍ଗିବା, ମାଟି ଅତଡା ଧସିବା ନେଇ ଆଶଙ୍କା ରହିଛି। ଢେଙ୍କାନାଳ, ଯାଜପୁର, ବୌଦ୍ଧ,ଅନୁଗୁଳ, କନ୍ଧମାଳ, ସୋନପୁର, ବାଲେଶ୍ବରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

Comments are closed.