Odisha Link
Bridging the Missing Links in Odisha

କଂଗ୍ରେସ ବୈଠକରେ ଚିଠି ଲଗାଇଲା ନିଆଁ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଚିଠି ଲଗାଇଲା ନିଆଁ। ରାହୁଲ ଗାନ୍ଧୀ ବୈଠକରେ ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ରାଜସ୍ଥାନ ରାଜନୀତିରେ ସଙ୍କଟ ଦେଖଯାଇଥିଲା ସେତେବେଳେ ଏହି ଚିଠି ଲେଖିବା ଠିକ୍‌ ନୁହେଁ ବୋଲି ରାହୁଲ କହିଥିଲେ। ଏଥିସହିତ ସୋନିଆ ମେଡିକାଲରେ ଥିବାବେଳେ ଏପରି ଚିଠି କାହିଁକି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ଏଥିସହିତ ଚିଠି ଲେଖିଥିବା ନେତା ମାନେ ବିଜେପି ସହିତ ସାମିଲ ହୋଇଥିବା ନେଇ ଆରୋପ ଲଗାଇଛନ୍ତି ରାହୁଲ ଗାନ୍ଧୀ।

ବୈଠକରେ ରାହୁଲ ଗାନ୍ଧୀଙ୍କ ଆରୋପକୁ ନେଇ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲଙ୍କ ଅଭିଯୋଗ ପରେ ବହୁ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଟ୍ୱିଟ କରି କପିଲ ସିବଲ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି ଯେ, ଗତ ୩୦ ବର୍ଷ ହେଲା କଂଗ୍ରେସ ସହ ଅଛି । ବିଜେପି ସପକ୍ଷରେ ମତ ଦେଇ ନାହିଁ। ରାଜସ୍ଥାନ ଓ ମଣିପୁର ସରକାର ପାଇଁ ଲଢିଛି। ଏସବୁ ସତ୍ତ୍ୱେ ବିଜେପି ସହ ମିଶିଥିବା ଅଭିଯୋଗ ଅସହ୍ୟ ବୋଲି କପିଲ ସିବଲ ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି । ହେଲେ କିଛି ସମୟ ପରେ କପିଲ ସିବଲ ଟୁଇଟକୁ ପ୍ରତ୍ୟାହାର କରି ନେଇଛନ୍ତି। କପିଲ ସିବଲ ଟୁଇଟ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ନିଜେ ତାଙ୍କୁ କହିଛନ୍ତି ଯେ ସେ ଏପରି ଶବ୍ଦ ବ୍ୟବହାର କରୁନାହାଁନ୍ତି। ଏହିପରି ଭାବରେ, ମୁଁ ମୋର ପୁରୁଣା ଟ୍ୱିଟ୍ ଡିଲିଟ୍ କରୁଛି।

ସେହିପରି ରାହୁଲଙ୍କ ଅଭିଯୋଗକୁ ନେଇ ଗୁଲାମ ନବି ଆଜାଦ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବିଜେପି ସହ ହାତ ମିଳାଇଥିବା ପ୍ରମାଣିତ ହେଲେ ଇସ୍ତଫା ଦେବି ବୋଲି ସେ କହିଛନ୍ତି।