Odisha Link
Bridging the Missing Links in Odisha

ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୨ଟି ଗେଟ୍

ସମ୍ବଲପୁର : ଲଘୁଚାପ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୁଣି ଦୁଇଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦ ଫୁଟ୍।

ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାର କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୯ ହଜାର ୯୦୨ ଘନ ଫୁଟ୍ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୯ ହଜାର ୯୭୪ ଘନଫୁଟ୍ ଜଳ ନିଷ୍କାସିତ ହେଉଛି ।

Comments are closed.