Odisha Link
Bridging the Missing Links in Odisha

ରାଜ୍ୟରେ ୨୪ ଘଣ୍ଟାରେ ୫୭ ହଜାର ୮୭୭ ନୁମନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୮୭୭ କରୋନା ଟେଷ୍ଟ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆରଟିପିସିଆରରେ ୫ ହଜାର ୯୯୪, ଆଣ୍ଟିଜେନରେ ୫୧ ହଜାର ୭୦୭ ଓ ଟ୍ରୁନଟ୍ ମାଧ୍ୟମରେ ୧୭୬ଟି ଟେଷ୍ଟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧ହଜାର ୬୦୭, କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୧୦,୧୪୪ ଓ ମୟୂରଭଞ୍ଜ ଜିଲ୍ଲାରେ ତୃତୀୟ ସର୍ବାଧିକ ୭,୫୪୫ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାରେ ୭୪୪୬ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୨୬୪ଟି ନମୁନା ପରୀକ୍ଷା ହୋଇଛି।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି। ଏବେ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୧୭ ଲକ୍ଷ ଟପିଛି। କରୋନା ଟେଷ୍ଟରେ ଜାତୀୟ ହାରଠାରୁ ବି ଓଡ଼ିଶା ବହୁ ଆଗରେ ରହିଛି।

Comments are closed.