Odisha Link
Bridging the Missing Links in Odisha

ବନ୍ୟାରେ ୨୦ଜିଲ୍ଲା ପ୍ରଭାବିତ: ଏସଆରସି

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିଲା। ଏନେଇ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଥିଲା। ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ସେହି ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

ସେ କହିଛନ୍ତି ବନ୍ୟାରେ ୧୭ଜଣଙ୍କ ଜୀବନ ଯାଇଛି। ବନ୍ୟାରେ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୧୭ଜଣଙ୍କ ଜୀବନ ଯାଇଛି। ୨୦ଟି ଜିଲ୍ଲାର ୧୧୨ଟି ବ୍ଲକର ୩୨୫୬ ଗ୍ରାମର ୧୪ଲକ୍ଷ ୩୨ହଜାର ୭୦୧ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେହିପରି ୧୭ଜଣଙ୍କ ଜୀବନ ଯିବା ସହ ୧୦ହଜାର ୩୮୨ ଘର ନଷ୍ଟ ହୋଇଛି।

Comments are closed.