Odisha Link
Bridging the Missing Links in Odisha

କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ କରୋନା

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି ଡ. ସାହୁ।

ସେ ସୁସ୍ଥ ଅଛନ୍ତି ଓ ଏବେ ଗୃହ ସଙ୍ଗରୋଧରେ ଥିବା ଉଲ୍ଲେଖ କରିଛନ୍ତି ଡ. ସାହୁ। ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେଆବଶ୍ୟକ ସ୍ଥଳେ କୋଭିଡ୍‌ ପରୀକ୍ଷଣ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି।

କରୋନା ମହାମାରୀ ସମୟରେ ବି ଡ. ସାହୁ ଲୋକଙ୍କ ପାଖକୁ ନିରନ୍ତର ଯାଉଥିଲେ। ନିଜ ନିର୍ବାଚନ ମଣ୍ଡଳୀ ନୟାଗଡ଼ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ଚାଷୀମାନଙ୍କୁ ସେ ନିୟମିତ ଭେଟୁଥିଲେ। ଗତକାଲି ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ସନ୍ଦେହ ହେବାରୁ ସେ ପରୀକ୍ଷା ପାଇଁ ନମୁନା ଦେଇଥିଲେ। ଆଜି ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ସେ ଭୁବନେଶ୍ବର ୧ ନମ୍ବର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଏବେ ଗୃହ ସଂଗରୋଧରେ ଅଛନ୍ତି।

Comments are closed.