Odisha Link
Bridging the Missing Links in Odisha

ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ସେ ବନ୍ୟା ସ୍ଥିତି ଓ ଉଦ୍ଧାର କାର୍ଯ୍ୟ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ।

ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ମହାନଦୀ ଉପରମୁଣ୍ଡରୁ ପାଣି ପ୍ରବାହ କମିଛି। ଲଘୁଚାପ ଜନିତ ଭୀଷଣ ବର୍ଷା ଯୋଗୁଁ ରାଜ୍ୟରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀରେ ୫ଟି ବଡ଼ ନଦୀରେ ବନ୍ୟା ପରିସ୍ଥିତି ଆସିଥିଲା। ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ବୈତରଣୀର ପ୍ରଭାବ ନାହିଁ। ବ୍ରାହ୍ମଣୀ ନଦୀ ବରୀରେ ଭୀଷଣ କ୍ଷତି କରିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର , କଟକ, ପୁରୀରେ ବନ୍ୟାର ପ୍ରଭାବ ରହିଛି ବୋଲି ସେ କହିଛନ୍ତି।

Comments are closed.