Odisha Link
Bridging the Missing Links in Odisha

ହୀରାକୁଦ: ବନ୍ଦ ହେଲା ଆଉ ୪ ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି। ଫଳରେ ହୀରାକୁଦର ଡ୍ୟାମ୍‌ର ଆଉ ୪ ଗେଟ୍‌କୁ ବନ୍ଦ କରାଯାଇଛି। ଏବେ ମୋଟ ୩୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫ ଲକ୍ଷ ୨୩ ହଜାର ୮୮୧ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୬୫ ହଜାର ୧୧୬ ଘନଫୁଟ ଜଳ ନିଷ୍କାସିତ ହେଉଛି। ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୨୭.୨୫ ଫୁଟ୍ ରହିଛି।

ଡ୍ୟାମରେ ଏବେ ଉପରମୁଣ୍ଡରୁ ଜଳପ୍ରବାହ ହ୍ରାସ ପାଇବାରେ ଲାଗିଥିବାରୁ ପରିସ୍ଥିତି ଅଧିକ ଗୁରୁତର ହେବାର ଆଶଙ୍କା ନ ଥିବାବେଳେ ତଳମୁଣ୍ଡରେ ମହାନଦୀ ଫୁଲୁଥିବାରୁ ୬ଟି ଜିଲ୍ଲାର କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଜଗତସିଂହପୁରର ବହୁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। କଟକ ମୁଣ୍ଡଳିରେ ୧୦ ଲକ୍ଷ ୨୬ ହଜାର ୨୧୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।

Comments are closed.