Odisha Link
Bridging the Missing Links in Odisha

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମାଉସୀ ଓ ଝିଆରୀଙ୍କ ଜୀବନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ମର୍ଣ୍ଣଙ୍ଗ ଓ୍ୱାକ କରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ। ମୃତକ ରଶ୍ମିତା ପରିଡା ଓ ଝିଆରୀ ଆଶାରାଣୀ ଖଣ୍ଡୁଆଳ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, ଆସିକା ଓ କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତା କେ.ଲଛମନପଲି ନିକଟ ରାସ୍ତାରେ ଆଜି ସକାଳ ସମୟରେ ମାଉସୀ ଓ ଝିଆରୀ ମର୍ଣ୍ଣି ଓ୍ୱାକ କରିବା ପାଇଁ ବାହାରିଥିଲେ। କିନ୍ତୁ କିଏ ଜାଣିଥିଲା ଏହି ଚଲା , ତାଙ୍କ ଜୀବନରେ ଶେଷ ଚଲା ହେବ। ଏକ ଅଜଣା ଗାଡି ଧକ୍କାରେ ମାଉସୀ ଓ ଝିଆରୀ ଗୁରୁତର ଭାବେ ଘଟଣାସ୍ଥଳରେ ପଡିଯାଇଥିଲେ। ସ୍ଥାନୀୟଲୋକ ଓ ପୋଲିସ ପହଞ୍ଚି ଝିଆରୀକୁ ମେଡିକାଲ ପଠାଇଥିବା ବେଳେ ମାଉସୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସେପଟେ ଆସିକା ମେଡିକାଲରେ ଝିଆରୀଙ୍କର ମଧ୍ୟ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.