Odisha Link
Bridging the Missing Links in Odisha

ସେବା ହିଁ ସଂଗଠନ ଇ-ବୁକ୍ ଉନ୍ମୋଚିତ

ଭୁବନେଶ୍ୱର: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ଆହ୍ୱାନକ୍ରମେ ବିଜେପି କାର୍ଯ୍ୟକର୍ତାମାନେ ଭାରତୀୟ ପରମ୍ପରା ‘ନର ସେବା- ନାରାୟଣ ସେବା’କୁ ସମ୍ମାନ ଜଣାଇ ମହାମାରୀ କରୋନା ଭୂତାଣୁଜନିତ ଲକ୍‌ଡାଉନ ସମୟରେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଞ୍ଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ କାର୍ଯ୍ୟ କରିଥିଲେ । ‘ସେବା ହିଁ ସଂଗଠନ’କୁ ଅଧାର କରି ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ; ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ଆଦି କାର୍ଯ୍ୟ ବିଜେପି କାର୍ଯ୍ୟକର୍ତାମାନେ ନିଷ୍ଠାର ସହ ଦାୟୀତ୍ୱ ସଂପାଦନା କରିଥିଲେ।

ରାଜ୍ୟ ସଭାପତି, ଦୁଇ କେନ୍ଦ୍ରମବୀ, ରାଜ୍ୟର ବରିଷ୍ଠ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟର ସଂପାଦନା କରାଯାଇ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ସେବା କାର୍ଯ୍ୟକୁ ସମ୍ବଳିତ କରି ଜିଲ୍ଲା ଅନୁଯାୟୀ ଇ-ବୁକ୍ ଉନ୍ମୋଚିତ ହୋଇଛି। ଗତ କାଲି ଘୁମୁସୁର ଜିଲ୍ଲା କାର୍ଯ୍ୟକ୍ରମରେ ପ୍ରଥମ ଇ-ବୁକ୍ କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉନ୍ମୋଚନ କରିଛନ୍ତି। ଏହି ଇ-ବୁକ୍ ଯୁଗଯୁଗକୁ ଭବିଷ୍ୟତ ପିଢୀଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି। ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମବୀ ତଥା ସ୍ଥାନୀୟ ସାଂସଦ ଶ୍ରୀ ଜୁଏଲ ଓରାମ ଉପସ୍ଥିତ ରହି ଇ-ବୁକ୍ ଉନ୍ମୋଚନ କରିଛନ୍ତି ।

ରାଜ୍ୟ ଇ-ବୁକ୍ କମିଟିର ସଦସ୍ୟ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ଆଇଟି ସେଲ୍ ସଂଯୋଜକ ସ୍ୱୟଂ ବରାଳଙ୍କ ସମେତ ଉପସ୍ଥିତ ଥିଲେ । ୱେବିନାର ମାଧ୍ୟମରେ ଅନୁଷ୍ଠିତ ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Comments are closed.