Odisha Link
Bridging the Missing Links in Odisha

ଅଟୋ-ସ୍କୁଟି ମୁହାଁମୁହିଁ: ଜଣେ ମୃତ, ୨ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଡାଗୋଠ ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଅଟୋ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି। ୨ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ଦୁର୍ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ମୁତାବକ, ସ୍କୁଟିରେ ୩ଜଣ ବ୍ୟକ୍ତି ଯାଉଥିବା ବେଳେ ଟୋଲ୍‌ ଗେଟ୍‌ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.