Odisha Link
Bridging the Missing Links in Odisha

ସୋନୁ ସୁଦଙ୍କ ମହାନତା: ୨୨୦ ନାବିକ ପରିବାରକୁ ସାହାଯ୍ୟ କଲେ

ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ମାନଙ୍କ ଭଗବାନ ସାଜିଥିବା ସୋନୁ ସୁଦଙ୍କ ଆଉ ଏକ ମହାନ୍‌ କାର୍ଯ୍ୟ। ସୋନୁ ସୁଦ କାଶୀର ନାବିକ ପରିବାରକୁ ସାହାଯ୍ୟ କରି ପୁଣି ଥରେ ଚର୍ଚ୍ଚାରେ। କାଶୀର ନାବିକ ପରିବାର ପକ୍ଷରୁ ଟୁଇଟରେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ସୋନୁ ସୁଦ ଏହି କଥାକୁ ଗୁରୁତର ସହ ନେଇ ୨ ଦିନ ମଧ୍ୟରେ ରାସନ ସାମଗ୍ରୀ ପହଁଞ୍ଚାଇବେ ବୋଲି କଥା ଦେଇଥିଲେ। ପରେ ଗୁରୁବାର ଦିନ ରିଲିଫ୍ ସାମଗ୍ରୀ ମାଜି ସମାଜ ସଭାପତି ପ୍ରମୋଦ ମାଜିଙ୍କ ନିକଟରେ ପହଞ୍ଚିଥିଲା।

ସୋନୁଙ୍କ ଦ୍ୱାରା ପଠାଯାଇଥିବା ରିଲିଫ୍ ସାମଗ୍ରୀ ରାଜଘାଟ, ଦଶାଶ୍ୱାମେଧ ଏବଂ ଶିବଲା ଘାଟରେ ୨୨୦ନାବିକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ରାଜଘାଟରେ ଗୋବିନ୍ଦ ସାହନି ଏବଂ ଧୀରଜ ୭୦ ଜଣ ଅଭାବୀ ଲୋକଙ୍କ ମଧ୍ୟରେ ରିଲିଫ ସାମଗ୍ରୀର ପ୍ୟାକେଟ ବଣ୍ଟନ କରିଥିଲେ।

ସୋନୁ ସୁଦଙ୍କଠୁ ସାହାଯ୍ୟ ପାଇବା ପରେ ଜଣେ ବ୍ୟକ୍ତି କହିଛନ୍ତି ଯେ ସୋନୁ ସୁଦ ଜଣେ ଭଲ ଅଭିନେତା ହେବା ସହିତ ଜଣେ ପ୍ରକୃତ ହିରୋ। ସୂଚନାଥାଉକି, ପ୍ରହ୍ଲାଦ ଘାଟର କାଉନସିଲର ମିଥିଲେଶ ସାହନି ବଚ୍ଚା ସରକାରଙ୍କ ସମେତ ବିଭିନ୍ନ ସାମାଜିକ ସଙ୍ଗଠନକୁ ଲକ୍‌ଡାଉନ୍‌ରେ ହନ୍ତସନ୍ତ ହେଉଥିବା ନାବିକ ପରିବାର ପାଇଁ ସହାୟତା ଲୋଡିଥିଲେ।

Comments are closed.