Odisha Link
Bridging the Missing Links in Odisha

ପ୍ରତିରକ୍ଷା କ୍ଷେତ୍ରରେ ଏଫଡିଆଇ ସଂଶୋଧନକୁ ଅନୁମୋଦନ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ସଂଶୋଧନକୁ ସରକାର ଅନୁମୋଦନ କରିଛନ୍ତି। ନୂତନ ଲାଇସେନସ୍ ଧାରୀ ମାନଙ୍କ ପାଇଁ ସିଧାସଳଖ ଭାବେ ୭୪ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ମିଳିଥିବା ବେଳେ ୭୪ ପ୍ରତିଶତରୁ ଅଧିକ ପୁଞ୍ଜିନିବେଶ ପାଇଁ ସରକାରୀ ଅନୁମତି ନେବାକୁ ପଡ଼ିବ। ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍‍ କହିଛନ୍ତି।

ପୀୟୁଷ ଗୋୟଲ୍‍ କହିଛନ୍ତି, ବର୍ତ୍ତମାନର ଲାଇସେନ୍‍ସଧାରୀମାନେ ଯଦି ଶତକଡା ୪୯ ଭାଗ ପର୍ଯ୍ୟନ୍ତ ସାନି ବିଦେଶୀ ପୁଞ୍ଜିନିବେଶ କରିବାକୁ ଚାହାନ୍ତି ତେବେ ପରିବର୍ତ୍ତନ କିମ୍ବା ହସ୍ତାନ୍ତରଣ ପାଇଁ ୩୦ ଦିନ ମଧ୍ୟରେ ଘୋଷଣା କରିବାକୁ ପଡ଼ିବ। ଏହାଦ୍ୱାରା ସହଜରେ ବ୍ୟବସାୟ ଅଧିକ ପରିବ୍ୟାପ୍ତ ହେବା ସହ ପୁଞ୍ଜିନିବେଶ ଆୟ ଓ ନିଯୁକ୍ତି କ୍ଷେତ୍ର ଅଭିବୃଦ୍ଧିକୁ ଏହା ବହୁମାତ୍ରାରେ ସହାୟକ ହେବ।

ତେବେ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ପ୍ରକ୍ରିୟା ଜାତୀୟ ସୁରକ୍ଷା ଯାଞ୍ଚ୍‍ ନିୟମ ଦେଇ ଗତି କରିବାକୁ ପଡ଼ିବ। ମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସାମୁହିକ ଉଦ୍ୟମର ଅଂଶସ୍ୱରୂପ ଏହି ସଂଶୋଧନ ଦ୍ୱାରା ରାଷ୍ଟ୍ରୀୟ ସୁରକ୍ଷାକୁ କ୍ଷତି ନପହଞ୍ଚାଇ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରାଯାଇପାରିବ।

Comments are closed.