Odisha Link
Bridging the Missing Links in Odisha

୨୪ ଘଣ୍ଟାରେ ରାଜଧାନୀରୁ ୨୮୩୩ ଅମାନିଆଙ୍କୁ ଫାଇନ୍‌, ୪୧ ଦୋକାନ ସିଲ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ୨୮୩୩ କରୋନା ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଳଂଘନ ଅଭିଯୋଗରେ ୪୧ ଦୋକାନ ସିଲ୍‌ କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କଟକ ଓ ଭୁବନେଶ୍ୱରରେ ସବୁଠାରୁ ଅଧିକ କରୋନା କଟକଣା ଉଲ୍ଲଂଘନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗଭୀର ଉଦବେଗ ପ୍ରକାଶ କରି ଏହାକୁ କଡ଼ାକଡ଼ି କରିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଟ୍ୱିନ ସିଟିରେ କରୋନା ଅମାନିଆଙ୍କୁ ସାବାଡ଼ କରିବାକୁ ଅଧିକ ୫୦ ଜଣ ଅଫିସର ଓ ୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

Comments are closed.