Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୪୨୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୪୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୧୦୯୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୬୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୪୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୪୨୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୯୪, ବାଲେଶ୍ୱରରୁ ୧୧୮, ବରଗଡରୁ ୧୧୪, ଭଦ୍ରକରୁ ୪୮, ବଲାଙ୍ଗିରରୁ ୭୬, ବୋଦ୍ଧରୁ ୨୯, କଟକରୁ ୪୬୫, ଦେବଗଡରୁ ୨୦, ଢେଙ୍କାନାଳରୁ ୬୮, ଗଜପତିରୁ ୧୩, ଗଂଜାମରୁ ୬୩, ଜଗତସିଂହପୁରରୁ ୧୮୧, ଯାଜପୁରରୁ ୨୩୭, ଝାରସୁଗୁଡାରୁ ୮୧, କଳାହାଣ୍ଡିରୁ ୧୧୬, କନ୍ଧମାଳରୁ ୧୦୨, କେନ୍ଦ୍ରାପଡାରୁ ୧୧୦, କେନ୍ଦୁଝରରୁ ୮୨, କୋରାପୁଟରୁ ୭୧, ମାଲକାନଗିରିରୁ ୬୧, ମୟୂରଭଂଜରୁ ୧୫୪, ନବରଙ୍ଗପୁରରୁ ୧୩୧, ନୟାଗଡରୁ ୫୨, ନୂଆପଡାରୁ ୧୭୫, ପୁରୀରୁ ୧୯୯, ରାୟଗଡାରୁ ୬୧, ସମ୍ବଲପୁରରୁ ୧୩୧,ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୮୦ ଜଣ ନୂା କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୨୨୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୧୦୯୬କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ବର୍ତ୍ତମାନ ୩୯୨୩୨ଟି ସଂକ୍ରିୟ ମାମଲା ରହିଛି ।

Comments are closed.