Odisha Link
Bridging the Missing Links in Odisha

ରାଉରକେଲାରେ ଗୁଳିମାଡ଼, ୨ ଆହତ

ରାଉରକେଲା: ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୁଳିମାଡ଼ ହୋଇଥିଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ମାଲଗୋଦାମ ଅଞ୍ଚଳରେ। ଏଥିରେ ଦୁଇ ଯୁବକ ଆହତ ହୋଇଛନ୍ତି।

ସେମାନେ ହେଲେ ରୋହିତ ପଟନାୟକ ଓ ରାଜୁ ଚୌଧୁରୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଆଜି ସକାଳେ ଉଦିତନଗର ଥାନା ପୁଲିସ ୭ ଜଣଙ୍କୁ ଆଣି ଅଟକ ରଖି ପଚରାଉଚୁରା କରୁଛି। ଏହି ଘଟଣାକୁ ନେଇ ମାଲଗୋଦାମ ଅଞ୍ଚଳରେ ଉତ୍ତେଜନା ଥମି ନ ଥିବା ବେଳେ ପୁଲିସ ମୁତୟନ କରାଯାଇଛି। ଉଦିତନଗର ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Comments are closed.