Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୩୯୨୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୯୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୯୩୭୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୬୧୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୩୯୨୨ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୦୦, ବାଲେଶ୍ୱରରୁ ୭୨, ବରଗଡରୁ ୧୫୪, ଭଦ୍ରକରୁ ୫୧, ବଲାଙ୍ଗିରରୁ ୮୫, ବୋଦ୍ଧରୁ ୪୮, କଟକରୁ ୩୮୦, ଦେବଗଡରୁ ୦୮, ଢେଙ୍କାନାଳରୁ ୭୬, ଗଜପତିରୁ ୨୨, ଗଂଜାମରୁ ୩୯, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୦୩, ଝାରସୁଗୁଡାରୁ ୧୦୯, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୬୨, କେନ୍ଦ୍ରାପଡାରୁ ୧୦୭, କେନ୍ଦୁଝରରୁ ୨୧୨, ଖୋର୍ଦ୍ଧାରୁ ୮୧୮ କୋରାପୁଟରୁ ୬୯, ମାଲକାନଗିରିରୁ ୬୯, ମୟୂରଭଂଜରୁ ୧୪୯, ନବରଙ୍ଗପୁରରୁ ୪୦, ନୟାଗଡରୁ ୪୮, ନୂଆପଡାରୁ ୧୧୪, ପୁରୀରୁ ୧୮୪, ରାୟଗଡାରୁ ୪୮, ସମ୍ବଲପୁରରୁ ୧୧୭,ସୋନପୁରରୁ ୨୫ ଏବଂ ସୁନ୍ଦରଗଡରୁ ୧୦୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୨୧୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.