Odisha Link
Bridging the Missing Links in Odisha

କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ

କୋରାପୁଟ: ପୁଣି କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ। ଆଜି ସକାଳେ କୋରାପୁଟ ଟାଉନ ଥାନାରେ କାର୍ଯ୍ୟରତ ଆଇଆଇସି ପୀତବାସ ଧାରୁଆଙ୍କର ମୃତ୍ୟୁ ହୋଇଛି। ଗତ ୨୦ ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବା ପରେ କୋରାପୁଟରେ ଚିକିତ୍ସାଧିନ ଥିଲେ। କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। କିନ୍ତୁ ଚାରି ଦିନ ତଳେ ସେ ପୁଣି ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ପୋଲିସ ବିଭାଗର ଜଣେ ବରିଷ୍ଠ କରୋନା ଯୋଦ୍ଧାଙ୍କୁ ହରାଇବା ପରେ କୋରାପୁଟ ଜିଲ୍ଲା ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ଆଇଆଇସି ପୀତବାସ ଧାରୁଆଙ୍କ ଗାଁ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ନିକଟସ୍ଥ ଶଙ୍କରଡାରେ ବୋଲି ଜଣାପଡିଛି।

Comments are closed.