Odisha Link
Bridging the Missing Links in Odisha

ଟ୍ରକରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ

ଭୁବନେଶ୍ୱର: ଓଡ଼ିଶାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଚଢ଼ାଉ କରି ୭୦୦ କେଜିର ଗଞ୍ଜେଇ ଜବତ କରିଛି। ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲଗେଟରୁ ନଡ଼ିଆ କତା ବୋଝେଇ ଟ୍ରକରୁ ବସ୍ତା ବସ୍ତା ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ନଡ଼ିଆ କତା ବୋଝେଇ ଟ୍ରକରେ ଶ୍ରୀକ୍କାକୁଲ୍ଲମରୁ ବିହାରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ଟୋଲଗେଟରେ ଯାଞ୍ଚ ବେଳେ ଏନସିବି ନଡ଼ିଆ କତା ଭର୍ତ୍ତି ଟ୍ରକରୁ ଗଞ୍ଜେଇ ଧରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ। ଏନସିବି ଟ୍ରକ୍ ଡ୍ରାଇଭରକୁ ପଚରାଉଚରା କରୁଛି। ଏହାପୂର୍ବରୁ କ୍ୟୁଏଟି ବାଇଗଣ ଓ କୋବି ବୋଝେଇ ଟ୍ରକରୁ ବିପୁଳ ଗଞ୍ଜେଇ ଜବତ କରିଥିଲା। ବିଭିନ୍ନ ସମୟରେ ବିପୁଳ ଗଞ୍ଜେଇ ଜବତ ହେଉଥିବା ବେଳେ ଚାଲାଣର ତରିକା ବଦଳାଇବାରେ ଲାଗିଛନ୍ତି ମାଫିଆ।

Comments are closed.