Odisha Link
Bridging the Missing Links in Odisha

ଫାଭିପିରାଭିର ନେଇ ଏସଓପି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ହୋମ୍ ଆଇସୋଲେସନ ଆକ୍ରାନ୍ତଙ୍କୁ ଫାଭିପିରାଭିର ଦେବା ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି। ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ସମ୍ପୃକ୍ତ ଏସଓପି ପଠାଇଛନ୍ତି। କରୋନା ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର ଦିଆଯିବ ସେ ନେଇ ଏସଓପି ଜାରି କରାଯାଇଛି।

ଏସଓପି ମୁତାବକ, ଡାକ୍ତରଙ୍କ ପରାମର୍ଶରେ ଫାଭିପିରାଭିର ଖାଉଥିବା ରୋଗୀଙ୍କୁ ଆରଆରଟି ଭେଟିବେ। ଆକ୍ରାନ୍ତଙ୍କ ଉପରେ ବ୍ୟକ୍ତିଗତ ବା ଟେଲିଫୋନରେ ନିୟମିତ ନଜର ରଖାଯିବ। ଏଥିସହ ଡାକ୍ତରଙ୍କ କହିବା ମୁତାବକ, ଫାଭିପିରାଭିର ସେବନ କରିବାକୁ ପରାମର୍ଶ ଦିଆଯାଇଛି। ଫାଭିପିରାଭିର ଦ୍ୱାରା ୟୁରିକ୍ ଏସିଡ ବୃଦ୍ଧି, ଶ୍ୱେତ ରକ୍ତକଣିକା ଓ ଡାଇରିଆ ଲକ୍ଷଣ ଦେଖା ଦେଇଥାଏ। ଏମିତି କିଛି ସମସ୍ୟା ଦେଖାଦେଲେ ଡାକ୍ତରଙ୍କୁ ଜଣାଇବାକୁ କୁହାଯାଇଛି।

ପିଲା ଉପରେ ପ୍ରଭାବ ପକାଉଥିବାରୁ ଗର୍ଭବତୀଙ୍କୁ ଫାଭିପିରାଭିର ମନା କରାଯାଇଛି। ଏଥିସହ ଛୋଟପିଲାଙ୍କୁ ଫାଭିପିରାଭିର ଆଦୌ ନଦେବାକୁ ଏସଓପିରେ ଉଲ୍ଲେଖ କରାଯାଇଛି। ଫାଭିପିରାଭିର ନଭାଙ୍ଗି ବା ନଚୋବାଇ ସିଧା ଗିଳି ଦେବାକୁ ପରାମର୍ଶ ଦିଆଯାଇଛି। ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ଏହାକୁ ନେଇ ପାରିବେ। କିନ୍ତୁ ଦିନର ନିର୍ଦ୍ଦିଷ୍ଟ ସମୟରେ ହିଁ ଖାଇବେ। ପ୍ରଥମ ଦିନରେ ୧୮ଶହ ମିଲିଗ୍ରାମ ଲେଖାଏଁ ଦିନକୁ ୨ ଥର ଏବଂ ଦ୍ୱିତୀୟ ଦିନରେ ୮ଶହ ମିଲିଗ୍ରାମ ଦିନକୁ ୨ଟି ଲେଖାଏଁ ବଟିକା ଖାଇପାରିବେ।

Comments are closed.