ୟୁପିଏସସି ପରୀକ୍ଷା ପାଇଁ ଟ୍ବିନ୍ ସିଟିରେ ଗଡିବ ସ୍ବତନ୍ତ୍ର ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଯାଉଛି ୟୁପିଏସସି ପରୀକ୍ଷା। ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି। ୟୁପିଏସସି ପରୀକ୍ଷା ସେଣ୍ଟରକୁ ପରୀକ୍ଷାର୍ଥୀଙ୍କୁ ଯିବାକୁ କାଲି ଟ୍ବିନ୍ ସିଟିରେ ଗଡିବ ସ୍ବତନ୍ତ୍ର ମୋ ବସ୍। କାଲି ସକାଳ ୬ଟାରୁ ରୁଟ୍ ନମ୍ବର ୧୬ ଓ ୧୮ରେ ମୋ ବସ୍ ଚାଲିବ। ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ପ୍ରତି ୧୦ ମିନିଟରେ ମୋ ବସ୍ ଚାଲିବ। ପ୍ରତ୍ୟାବର୍ତ୍ତନ ସମୟରେ କଟକ ଠାରୁ ଅପରାହ୍ନ ୪.୫୦ ରୁ ୫.୩୫ ମଧ୍ୟରେ ପ୍ରତି ୧୫ ମିନିଟରେ ଏହି ସେବା ଉପଲବ୍ଧ ହେବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।