ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ବିଜେଡ଼ିର ଜଣେ ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ଘଟିଛି। ବିଧାନସଭା ପରିସରରେ ମହାରାଥୀଙ୍କ ପାର୍ଥିବ ଶରୀର ପହଞ୍ଚି ସାରିଛି। ଭୁବନେଶ୍ୱର ସରକାରୀ ବାସଭବନରୁ ତାଙ୍କର ପାର୍ଥିବ ଶରୀର ନିଆଯାଇଛି।ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।ବିଧାନସଭା ପରେ ବିଜେଡ଼ି ପାର୍ଟି ଅଫିସକୁ ତାଙ୍କର ପାର୍ଥିବ ଶରୀର ନିଆଯିବ।ପରେ ପିପିଲି ଫାର୍ମ ହାଉସରୁ ବାସଭବନ ନିଆଯିବ।
ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତି ୨ଟା ୩୬ରେ ତାଙ୍କର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ଆଖୁ ବୁଜିଲେ ମହାରଥୀ। ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ପିପିଲିରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ। ତାଙ୍କ ବିୟୋଗରେ ସମଗ୍ର ମହଲରେ ଶୋକର ଛାୟା ଖେଳି ଯାଇଛି।
Comments are closed.