Odisha Link
Bridging the Missing Links in Odisha

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ମାନଙ୍କୁ ନେଇ ୱେବିନାର

ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ନୂତନ ଭାବେ ଚୟନ ହୋଇଥିବା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ମାନଙ୍କୁ ନେଇ ଆଜି ଏକ ୱେବିନାର ଆୟୋଜିତ ହୋଇଥିଲା। ୱେବିନାରରେ ବିଜୁ ଯୁବ ଛାତ୍ର ଦଳର ଭାରପ୍ରାପ୍ତ ସଭାପତି ଶ୍ରୀ ପ୍ରଣବ ବଳବନ୍ତରାୟ, ବିସିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏବଂ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟଙ୍କ ଉପସ୍ଥିତରେ ସମସ୍ତ ଜିଲ୍ଲା ସଭାପତି ଉପସ୍ଥିତ ଥିଲେ।

ୱେବିନାରରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ଜିଲ୍ଲା ସଭାପତି ନିଜର ପରିଚୟ ପ୍ରଦାନ କରିଥିଲେ। ବିଶେଷକରି ଜିଲ୍ଲା କମିଟି ଗଠନ ଏବଂ ଅଗାମୀ ଦିନରେ କିପରି ସଂଗଠନ ଆହୁରି ମଜବୁତ ହେବ ଓ ବିସିଜେଡିର ଆଗାମୀ କାର୍ଯ୍ୟକଳାପ ବିଷୟକୁ ନେଇ ଏହି ୱେବିନାର ଆୟୋଜିତ ହୋଇଥିଲା

Comments are closed.