ଉପନିର୍ବାଚନ ପୂର୍ବରୁ ବିଜେପି ଛାଡିଲେ ରମାକାନ୍ତ

ଭୁବନେଶ୍ୱର: ଉପନିର୍ବାଚନ ପୂବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପି ଛାଡିଲେ ରମାକାନ୍ତ ଭୋଇ। ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବିଜେପି ଛାଡିଛନ୍ତି ରମାକାନ୍ତ।
ସୂଚନାଯୋଗ୍ୟ: ତିର୍ତ୍ତୋଲ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି।