Odisha Link
Bridging the Missing Links in Odisha

୨୦୨୧ ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍

ଭୁବନେଶ୍ୱର: ୨୦୨୧ ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍‌ ସେବା। ରାଜ୍ୟ ସ୍ତରୀୟ କାର୍ଯ୍ୟକାରିତା କମିଟିରେ ଏନେଇ ନିଷ୍ପତ୍ତି ନିଆଯାଇଛି। ହାଇସ୍ପିଡ୍ ଇଣ୍ଟରନେଟ୍‌ ସେବା ପାଇଁ ଦୂରସଞ୍ଚାର ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ହାଇସ୍ପିଡ୍ ଇଣ୍ଟରନେଟ୍‌ ଦ୍ବାରା ରାଜ୍ୟରେ ଡିଜିଟାଲ୍ ଭିତ୍ତିଭୂମିର ବିକାଶରେ ସହାୟକ ହେବ।

ସୂଚନାଯୋଗ୍ୟ: ବର୍ତ୍ତମାନ ସୁଦ୍ଧା ୪,୬୫୧ ପଞ୍ଚାୟତ ଓ ୨୩୦ ବ୍ଲକ୍ ଇଣ୍ଟରନେଟ ସଂଯୁକ୍ତ ହୋଇଛି। ଏପ୍ରିଲ ସୁଦ୍ଧା କେବୁଲ ବିଛାଇ ଇଣ୍ଟରନେଟ ସଂଯୋଗ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Comments are closed.