Odisha Link
Bridging the Missing Links in Odisha

ଆଜି ରାଜ୍ୟସ୍ତରୀୟ ନେତାଙ୍କ ସହିତ ଆଲୋଚନା କରିବେ ଓଡ଼ିଶା କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର: ଆଜି ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ଆଲୋଚନା କରିବେ ଓଡ଼ିଶା କଂଗ୍ରେସ ପ୍ରଭାରୀ। ରାଜ୍ୟ କଂଗ୍ରେସ ଭବନରେ ଦଳୀୟ ନେତା ଓ କର୍ମୀ, ଓଡ଼ିଶା ପ୍ରଭାରୀ ଡକ୍ଟର ଏ.ଚେଲାକୁମାରଙ୍କୁ ସମ୍ବର୍ଦ୍ଧନା ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଏହା ପରେ ପ୍ରଭାରୀ ରାଜ୍ୟସ୍ତରୀୟ ନେତାଙତକ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଗକୁ ତିର୍ତୋଲ ଓ ବାଲେଶ୍ୱର ସଦର ନିର୍ବାଚନ ଥିବାରୁ ଏହି ଆଲୋଚନା ବେଶ ଗୁରୁତ୍ୱ ରଖୁଛି। ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟଙ୍କ ସହ ଆଲୋଚନା କରିବେ ପ୍ରଭାରୀ। ତେବେ ତାଙ୍କ ପାଇଁ ସ୍ୱାଗତ ଶୋଭାଯାତ୍ରା ଲାଗି କଂଗ୍ରେସ କରିଥିବା ଆବେଦନକୁ କମିଶନରେଟ ପୁଲିସ ଅଗ୍ରାହ୍ୟ କରିଦେଇଛି। ଆଉ ଏହାରି ଭିତରେ ପ୍ରଭାରୀ କହିଛନ୍ତି- ଓଡ଼ିଶା କଂଗ୍ରେସର ପୂର୍ବ ଗୌରବ ଫେରାଇ ଆଣିବା ଦିଗରେ ଦଳ କାମ କରିବ।

Comments are closed.