Odisha Link
Bridging the Missing Links in Odisha

ନିତ୍ୟାନନ୍ଦ ନାୟକଙ୍କୁ ମିଳିବ ଶାରଳା ପୁରସ୍କାର

ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର। କବିତା ସଙ୍କଳନ ‘ସେତେବେଳେକୁ ନଥିବ’ (ପ୍ରକାଶକ, ଫ୍ରେଣ୍ଡସ ପବ୍ଲିଶର୍ସ, ୨୦୧୭) ପାଇଁ ତାଙ୍କୁ ପୁରସ୍କୃତ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ଦିଆଯିବ ବୋଲି ସୂଚନା ମିଳିଛି।

ଏଥସହ ଅନ୍ୟଦୁଇ କୃତୀ ବ୍ୟକ୍ତିଙ୍କୁ ମିଳିବ ଇଲା ପଣ୍ଡା ସଙ୍ଗୀତ ଓ ଚିତ୍ରକଳା ସମ୍ମାନ। ସଙ୍ଗୀତ କ୍ଷେତ୍ରରେ ରଞ୍ଜିତ କୁମାର ନାଗ ସମ୍ମାନିତ ହେବେ। ଚିତ୍ରକଳା କ୍ଷେତ୍ରରେ ସମ୍ମାନିତ ହେବେ ଶ୍ୟାମସୁନ୍ଦର ପଟ୍ଟନାୟକ।

Comments are closed.