Odisha Link
Bridging the Missing Links in Odisha

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ: ଅପରାଧିକ ମାମଲା ରୁଜୁ କଲା କମିସନରେଟ୍‌ ପୁଲିସ୍‌

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ କମିସନରେଟ୍‌ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ ହୋଇଛି।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଆଜି ଅପରାହ୍‌ଣ ୧ଟା ୨୦ରେ ପେଟ୍ରୋଲ୍‌ ପମ୍ପରେ ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଟାଙ୍କି ଥିଲା। ଏଲ୍‌ପିଜି ଟାଙ୍କିରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିଲା। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌) ଅଧିକାରୀଙ୍କ ସହିତ ଏନେଇ ଆଲୋଚନା ହୋଇଛି। ବାକି ଥିବା ଗ୍ୟାସ୍‌ ଓ ତୈଳକୁ ପମ୍ପ କରି ଏଠାରୁ ନେଇଯିବା ପାଇଁ ମଧ୍ୟ କଥା ହୋଇଛି। ଏଥିଲାଗି ବାଲେଶ୍ୱରରୁ ଗାଡ଼ି ଅଣାଯାଉଛି ଏବଂ ଏହା ଆସିବା ପରେ ଗ୍ୟାସ୍‌ ପମ୍ପ କରି ନେଇଯିବ। ତେଣୁ ଯେହେତୁ ବିପଦ ଟଳି ନାହିଁ, ଲୋକେ ସତର୍କ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

 

 

Comments are closed.