Odisha Link
Bridging the Missing Links in Odisha

ପାର୍ବଣ ଋତୁ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏସଓପି

ନୂଆଦିଲ୍ଲୀ: ପାଖେଇ ଆସୁଛି ପାର୍ବଣ ପାର୍ବଣ ଋତୁ। ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ଅନେକ ପୂଜା ପର୍ବ ଓ ମହୋତ୍ସବ ଅନୁଷ୍ଠିତ ହୋଇଥାଏ। କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି। ଏସଓପି ମୁତାବକ, ୬୫ ବର୍ଷ ବୟରୁ ଅଧିକ ବୟସର ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ବର୍ଷରୁ କମ୍‍ ବୟସର ପିଲାମାନଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏସଓପି ମୁତାବକ, ପୂଜା ଓ ମହୋତ୍ସବ ଗୁଡ଼ିକ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା କରିବା। କୋଭିଡ କଟକଣା ଗୁଡ଼ିକର ପାଳନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା। ଥର୍ମାଲ୍‍ ସ୍କ୍ରିନିଂ, ଶାରୀରିକ ଦୂରତା ଓ ସାନିଟାଇଜେସନ୍‍ର ବ୍ୟବହାର ପାଇଁ ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ ପ୍ରଶାସନକୁ କହିଛି। ଧାର୍ଯ୍ୟ ସୀମାଠାରୁ ଅଧିକ ସଂଖ୍ୟକ ଲୋକଙ୍କୁ ଏକତ୍ରିତ ନ ହେବା। ଲୋକମାନଙ୍କ ମଧ୍ୟରେ ଆବଶ୍ୟକ ଶାରୀରିକ ଦୂରତା ବଜାୟ ରଖିବା ଏବଂ ମାସ୍କ୍‍ ପରିଧାନ ବାଧ୍ୟତା ମୂଳକ କରାଯାଇଛି।

 

Comments are closed.