ବିଦ୍ୟାର୍ଥୀ ସାବଧାନ: ଓଡ଼ିଶାରେ ଚାଲିଛି ଦୁଇଟି ନକଲି ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୪ଟି ସ୍ଵଂୟଚାଳିତ ଅଣ ମାନ୍ୟତାପ୍ରାପ୍ତ ବିଶ୍ଵ ବିଦ୍ୟାଳୟକୁ ନକଲି ଘୋଷଣା କରିଛନ୍ତି। ଆୟେଗ ଦ୍ବାରା ଜାରି ହୋଇଥିବା ତାଲିକାରେ ସର୍ବାଧିକ ନକଲି ବିଶ୍ବବିଦ୍ୟାଳୟ ଉତ୍ତର ପ୍ରଦେଶ ଓ ଦେଶର ରାଜଧାନୀ ନୂଆଦିଲ୍ଲୀରେ ରହିଛି। ଏଥିରୁ ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟ ଓଡ଼ିଶାରୁ ମଧ୍ୟ ରହିଛି।
ୟୁଜିସି ସଚିବ ରଜନୀଶ ଜୈନ କହିଛନ୍ତି ଯେ, ଛାତ୍ର ଏବଂ ଜନତାଙ୍କୁ ସୂଚନା ଦିଆଯାଉିକି ବର୍ତ୍ତମାନ ୨୪ଟି ସ୍ଵଂୟଚାଳିତ ଅଣ ମାନ୍ୟତାପ୍ରାପ୍ତ ବିଶ୍ଵବିଦ୍ୟାଳୟ ୟୁଜିିସି ନିୟମ ଉଲଘଂନ କରି ଚଲାଉଥିଲେ। ବର୍ତ୍ତମାନ ସେହି ସବୁ ବିଶ୍ବବିଦ୍ୟାଳୟକୁ ନକଲି ଘୋଷଣା ଘୋଷଣା କରାଯାଇଛି ଏବଂ କୌଣସି ଡିଗ୍ରୀ ପ୍ରଦାନ କରିବାର ଅଧିକାର ମଧ୍ୟ ନାହିଁ ବୋଲି ସେ କହିଛନ୍ତି।
ୟୁଜିସି ଦ୍ବାରା ପ୍ରକାଶିତ ନକଲି ବିଶ୍ବବିଦ୍ୟାଳୟ ତାଲିକାରେ କେବଳ ଉତ୍ତର ପ୍ରଦେଶର ୮ଟି ବିଶ୍ବବିଦ୍ୟାୟ ରହିଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ୭ଟି ନକଲି ବିଶ୍ବବିଦ୍ୟାଳୟ ରହିଥିବା ବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ୨ଟି ଲେଖାଏଁ ରହିଛି।
କେଉଁ ରାଜ୍ୟରେ କେତୋଟି ନକଲି ବିଶ୍ବ ବିଦ୍ୟାଳୟ ଅଛି ଜାଣନ୍ତୁ…
ବରଣସେୟା ସଂସ୍କୃତ ବିଶ୍ବବିଦ୍ୟାଳୟ, ବାରଣାସୀ, ମହିଳା ଗ୍ରାମ ବିଶ୍ବବିଦ୍ୟାଳୟ, ପ୍ରୟାଗଗାନ୍ଧୀ ହିନ୍ଦୀ ବିଦ୍ୟପୀଠ, ପ୍ରୟାଗ, ନ୍ୟାସନାଲ ୟୁନିଭର୍ସିଟି ଅଫ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, କାନପୁର, ନେତାଜୀ ସୁଭାଷ ଚନ୍ଦ୍ର ବୋସ ବିଶ୍ବବିଦ୍ୟାଳୟ, ଅଲିଗଡ଼, ଉତ୍ତର ପ୍ରଦେଶ ବିଶ୍ବବିଦ୍ୟାଳୟ, କୋସୀ କଲା, ମଥୁରା, ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ବବିଦ୍ୟାଳୟ. ପ୍ରତାପଗଡ଼, ଇନ୍ଦ୍ରପସ୍ଥ ଶିକ୍ଷା ପରିଷଦ, ମାକନପୁର, ନୋଏଡା, କମର୍ଶିଆଲ ୟୁନିଭିର୍ସିଟି ଲିମିଟେଡ, ଦରିଆଗଞ୍ଜ, ୟୁନାଇଟେଡ ନେଶନ୍ସ ବିଶ୍ବବିଦ୍ୟାଳୟ, ଦିଲ୍ଲୀ, ଭୋକେସନାଲ ବିଶ୍ବବିଦ୍ୟାଳୟ, ଦିଲ୍ଲୀ, ଏଡିଆର-ସେଣ୍ଟ୍ରିକ ଜୁର୍ଡିସିଆଲ ୟୁନିଭର୍ସିଟି, ରାଜେନ୍ଦ୍ର ପ୍ଲେସ୍ଇ, ଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ଵକର୍ମା ଓପନ ୟୁନିଭର୍ସିଟି ଫର ସେଲ୍ଫ ଏମ୍ପ୍ଲୋଏମେଣ୍ଟ, ଦିଲ୍ଲୀ, ଆଧ୍ୟାତ୍ମିକ ବିଶ୍ଵ ବିଦ୍ୟାଳୟ, ରୋହିଣୀ।
ଏହା ସହିତ ପଶ୍ଚିମବଙ୍ଗ: କୋଲକାତାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଅଲଟରନେଟିଭ ମେଡିସିନ୍ ଏବଂ ଅନ୍ୟଟି ଇନଷ୍ଟିଚ୍ୟୁଟ୍ ଅଫ ଆଲଟରନେଟିଭ୍ ମେଡିସିନ ଆଣ୍ଡ ରିସର୍ଚ୍ଚ । ଓଡ଼ିଶା: ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜର ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି। କର୍ଣ୍ଣାଟକ: ବଡ଼ାଗାନଭି ସରକାର ଓ୍ବାର୍ଲ୍ଡ ଅପନ୍ ୟୁନିଭର୍ସିଟି ଏଜୁକେଶନ ସୋସାଇଟି, ବେଲଗାମ। କେରଳ: ସେଣ୍ଟ ଜନ୍ ୟୁନିଭର୍ସିଟି। ମହାରାଷ୍ଟ୍ର: ରାଜା ଅରୋବିକ ୟୁନିର୍ଭିସିଟି, ନାଗପୁର। ଆନ୍ଧ୍ର ପ୍ରଦେଶ: କ୍ରାଇଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ ଡିମ୍ଡ ୟୁନିଭର୍ସିଟି, ଗୁଣ୍ଟୁର। ପୁଡ଼ୁଚେରୀ: ଶ୍ରୀ ବୋଧି ଏକାଡେମି ଅଫ୍ ହାୟର ଏଜୁକେଶନ୍।
Comments are closed.