ମନ୍ତ୍ରୀଙ୍କର ଏଭଳି ଡବଲ ଷ୍ଟାଣ୍ଡାର୍ଡ କାରବାର କାହିଁକି: ଅପରାଜିତା

ଭୁବନେଶ୍ବର: ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଆଜି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।। ଏହି ମାମଲାରେ ଜବାବ ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ମନ୍ତ୍ରୀଙ୍କର ଏଭଳି ଡବଲ ଷ୍ଟାଣ୍ଡାର୍ଡ କାରବାର କାହିଁକି? ଦୁଇଟି ଘଟଣାରେ ଦୁଇ ଜଣ ଲୋକଙ୍କ ପ୍ରତି ଦୁଇ ପ୍ରକାର ନିୟମ କାହିଁକି? ଏଭଳି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ, କିଛି ଦିନ ତଳେ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଏଭଳି କିଛି ଘଟିଥିଲା। ଜଣେ ମନ୍ତ୍ରୀ ଓ ଜଣେ ବିଧାୟକ ସଂକ୍ରମିତ ଥାଇ ବି ଅନ୍ତ୍ୟେଷ୍ଟି ଯାଇଥିଲେ। ସେ କ୍ଷେତ୍ରରେ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବା ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛନ୍ତି କି? ପ୍ରଧାନମନ୍ତ୍ରୀ କରୋନା ନିୟମ ମାନିବାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, କରୋନା ନିୟମ ନ ମାନିବାର ପ୍ରଶ୍ନ ଉଠୁନି।