Odisha Link
Bridging the Missing Links in Odisha

ରାଜ୍ୟରେ ଆଉ ୩୪୦୪ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର। ରାଜ୍ୟରେ ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୨୦,୩୮୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୬୦୨ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୩୭୪, ପୁରୀରୁ ୨୮୯, ବାଲେଶ୍ୱର ୧୪୮, ମୟୂରଭଞ୍ଜରୁ ୧୩୦, ସମ୍ବଲପୁର ୧୩୦, କେନ୍ଦୁରଝରରୁ ୧୧୬, ବରଗଡରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡାରୁ ୯୮, ଭଦ୍ରକରୁ ୯୨, ଜଗତସିଂହପୁରରୁ ୯୦, ଝାରସୁଗୁଡାରୁ ୮୬, ଅନୁଗୋଳରୁ ୮୩, ନୂଆପଡାରୁ ୭୭, ନୟାଗଡରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗୀରରୁ ୭୦, ଢେଙ୍କାନାଳରୁ ୭୦, ସୁନ୍ଦରଗଡରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମରୁ ୪୮, ସୋନପୁରରୁ ୪୮, ମାଲକାନଗିରିରୁ ୩୮, ବୌଦ୍ଧରୁ ୨୨, ଗଜପତିରୁ ୧୮, ଦେବଗଡରୁ ୧୧, ରାୟଗଡାରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.