Odisha Link
Bridging the Missing Links in Odisha

ପୀୟୂଷ ଗୋଏଲଙ୍କୁ ଖାଉଟି ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ଵାନଙ୍କ ପରଲୋକ ପ​‌ରେ ତାଙ୍କ ବିଭାଗ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଦାୟିତ୍ବ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପ୍ରଦାନ କରାଯାଇଛି। ପୀୟୂଷଙ୍କ ପାଖରେ ବର୍ତ୍ତମାନ ରେଳ ମନ୍ତ୍ରଣାଳୟ ସହିତ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି।

ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରୁ ପ୍ରକାଶିତ ଏକ ଆନୁଷ୍ଠାନିକ ବିବୃତିରେ କୁହାଯାଇଛି ଯେ, ସାମ୍ପ୍ରତିକ ଦାୟିତ୍ବ ସହ ଗୋୟଲ୍‌ଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରାଳୟ ଦାୟିତ୍ବ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଦେଶ ଦେଇଛନ୍ତି।

Comments are closed.