Odisha Link
Bridging the Missing Links in Odisha

ଆଣ୍ଟି ରେଡିଏସନ୍ ମିସାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ଆଜି ଆଣ୍ଟି ରେଡିଏସନ୍ ମିସାଇଲ ରୁଦ୍ରମର ସଫଳ ପରୀକ୍ଷଣ କରିଛି। ଏହି ଆଣ୍ଟି ରେଡିଏସନ୍ ମିସାଇଲ ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ମିସାଇଲ ଡିଆର୍‌ଡିଓ ଓଡ଼ିଶା ତଟ୍ଟ ଅଞ୍ଚଳରେ ଏହାର ପରୀକ୍ଷଣ କରାଯାଇଛି। ଏହାର ପରୀକ୍ଷଣ ସୁଖୋଇ-୩୦ ଫାଇଟର ଏୟାରକ୍ରାଫ୍ଟରୁ କରାଯାଇଛି। ଭାରତରେ ପ୍ରସ୍ତୁତ କରାଯାଇଥିବା ଏହା ହେଉଛି ପ୍ରଥମ ମିଶାଇଲ ଯାହାକୁ ଯେ କୌଣସି ଉଚ୍ଚତାରୁ ମଧ୍ୟ ଫାୟାର କରାଯାଇପାରିବ। ଏହି ମିଶାଇଲ ଅନେକ ପ୍ରକାର ସିଗନାଲ ଏବଂ ରେଡିଏସନକୁ ଧରିହେବ। ଏଥିସହ ନିଜ ରଡାରକୁ ଆଣି ଏହା ମିଶାଇଲକୁ ନଷ୍ଟ ମଧ୍ୟ କରିପାରିବ।

ବର୍ତ୍ତମାନ ଏହି ମିସାଇଲର ଡେଭେଲପମେଣ୍ଟ ଟ୍ରାୟଲରେ ଜାରି ରହିଛି। କିନ୍ତୁ ଏହି ଟ୍ରାୟଲ ପୁରା ହେବାପରେ ଖୁବଶୀଘ୍ର ଏହାକୁ ସୁଖୋଇ ଏବଂ ସ୍ୱଦେଶୀ ବିମାନ ତେଜସରେ ମଧ୍ୟ ବ୍ୟବହାର କରାଯାଇପାରିବ। ‘ରୁଦ୍ରାମ’ ଯୁଦ୍ଧ ବିମାନରେ ମିରାଜ ୨୦୦୦, ଜାଗୁଆର, ତେଜାସ ଏବଂ ତେଜାସ ମାର୍କ ୨ ମଧ୍ୟ ଏହି କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହୋଇପାରିବ। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ପରେ ଭାରତୀୟ ବାୟୁସେନାର ଶକ୍ତି ଓ ଦକ୍ଷତା ଆହୁରି ବୃଦ୍ଧି ପାଇଛି।

Comments are closed.