Odisha Link
Bridging the Missing Links in Odisha

କରୋନାରେ ପୂର୍ବତନ ପୋଲିସ ଡିଜି ଜନ୍ ନାୟକଙ୍କ ପରଲୋକ

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହୋଇ ପୂର୍ବତନ ପୋଲିସ ଡିଜି ଜନ୍ ନାୟକଙ୍କ ମୃତ୍ୟୁ ଘଟିଛି। ଏନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଡିଜିପି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଡିଜି ଜନ୍‌ ନାୟକଙ୍କୁ ୭୮ ବର୍ଷ ହୋଇଥିଲା।

ଜନ୍‌ ନାୟକ ୧୯୬୫ ବ୍ୟାଚର ଆଇପିଏସ୍ ଅଫିସର। ସେ‌ ୨୦୦୨ ମସିହାରେ ଅବସର ଗ୍ରହଣ କରିିଥିଲେ। ଆଦିବାସୀ ଅଧ୍ୟୁଷିତ ଫୁଲବାଣୀ ଜିଲ୍ଲାର ଏକ ଗାଁରୁ ଆସି ଡିଜି ପଦବୀରେ ଆସୀନ ହୋଇଥିଲେ ଜନ୍‌। ସେ ଅତ୍ୟନ୍ତ ଭଦ୍ର ଓ ନମ୍ର ବ୍ୟକ୍ତି ଥିଲେ ବୋଲି ଡିଜି ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

Comments are closed.