Odisha Link
Bridging the Missing Links in Odisha

ମୁଁ ବୁଲି ବୁଲି କାର୍ଯ୍ୟ କରିବି : ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ୧୫ ଦିନ ମୁଁ ବୁଲି ବୁଲି କାର୍ଯ୍ୟ କରିବି ବେଲି କହିଛନ୍ତି । ତାଙ୍କ ଅଫିସ ୧୫ ଦିନ ପାଇଁ ସିଲ କରାଯାଇଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ନିଜର ଜନଶୁଣାଣିରେ ଶ୍ରୀମତୀ ଷଡ଼ଙ୍ଗୀ ଏଭଳି କହିଛନ୍ତି ।

ସେ କହିଛନ୍ତି ଯେ, ଅଫିସ ସିଲ ଯୋଗୁଁ ଆସନ୍ତା ୧୫ ଦିନ ବୁଲି ବୁଲି କାର୍ଯ୍ୟ କରିବି । ମୋ ଭିତରେ କ୍ରୋଧ ନାହିଁ । କାହା ପ୍ରତି ନକରାତ୍ମକ ଭାବନା ନାହିଁ ।

ବିକାଶ ପ୍ରକ୍ରିୟା ଜାରି ରହିଛି । ଆଗକୁ ତ୍ୱରାନ୍ୱିତ କରାଯିବ । କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଣିକି ୩ଟି ସ୍ଥାନରେ କାର୍ଯ୍ୟକ୍ରମ କରାଯିବ । ରାଜରାସ୍ତା, ମୋ କାର୍ଯ୍ୟାଳୟ ବାହାର ଓ ମୋ ଘର ବାହାରେ କାର୍ଯ୍ୟକ୍ରମ ହେବ ।

ରାଜରାସ୍ତାରେ କାର୍ଯ୍ୟାଳୟ କରିବାକୁ ପଡ଼ୁଥିବାରୁ ମୁଁ ମର୍ମାହତ ଓ ଦୁଃଖିତ । ମୋ ସଭା ସମିତିରେ କିପରି ସାମାଜିକ ଦୂରତ୍ୱ ରହିବ ତାହା ପ୍ରଶାସନର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୮ଟି ପ୍ରଶ୍ନ କରି ଚିଠି ଲେଖିଛି ।

୧୫ ଦିନରେ ତଦନ୍ତ ପାଇଁ ଲେଖିଛି । ସରକାର ଆକ୍ସନ ଟେକନ ରିପୋର୍ଟ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

Comments are closed.