Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୨୫୪୬ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନ। ୨୪ ଘଣ୍ଟା ମଧ୍ୟରେ ୨୫୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୦୪ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୪୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୨୫୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୦୮, ବାଲେଶ୍ୱରରୁ ୧୦୩, ବରଗଡରୁ ୯୨, ଭଦ୍ରକରୁ ୩୪, ବଲାଙ୍ଗିରରୁ ୮୫, ବୋଦ୍ଧରୁ ୩୭, କଟକରୁ ୧୩୪, ଦେବଗଡରୁ ୧୫, ଢେଙ୍କାନାଳରୁ ୨୫, ଗଜପତିରୁ ୧୦, ଗଂଜାମରୁ ୩୪, ଜଗତସିଂହପୁରରୁ ୮୬, ଯାଜପୁରରୁ ୯୦, ଝାରସୁଗୁଡାରୁ ୫୭, କଳାହାଣ୍ଡିରୁ ୭୫, କନ୍ଧମାଳରୁ ୪୯, କେନ୍ଦ୍ରାପଡାରୁ ୭୫, କେନ୍ଦୁଝରରୁ ୪୩, ଖୋର୍ଦ୍ଧାରୁ ୪୧୦ କୋରାପୁଟରୁ ୭୨, ମାଲକାନଗିରିରୁ ୨୭, ମୟୂରଭଂଜରୁ ୧୨୦, ନବରଙ୍ଗପୁରରୁ ୬୦, ନୟାଗଡରୁ ୪୮, ନୂଆପଡାରୁ ୮୮, ପୁରୀରୁ ୭୦, ରାୟଗଡାରୁ ୨୧, ସମ୍ବଲପୁରରୁ ୮୪, ସୋନପୁରରୁ ୪୮ ଏବଂ ସୁନ୍ଦରଗଡରୁ ୧୬୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୮୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.