Odisha Link
Bridging the Missing Links in Odisha

ବିହାର ନିର୍ବାଚନ: କଂଗ୍ରେସ ପ୍ରକାଶ କଲା ଷ୍ଟାର ପ୍ରଚାରକଙ୍କ ତାଲିକା, ବାଦ୍ ପଡ଼ିଲେ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାଳରେ ହେବାକୁ ଯାଉଛି ବିହାର ନିର୍ବାଚନ। ଯାହାକୁ ନେଇ ବିହାର ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ। ଅପରପକ୍ଷେ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ସମସ୍ତ ଦଳ ଭୋଟରଙ୍କୁ ହାତେଇବା ପାଇଁ ନିଜ ନିଜ ରଣନୀତିରେ ଲାଗିଛନ୍ତି। ଏନେଇ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହେବ। ଏହି କ୍ରମରେ କଂଗ୍ରେସ ମଧ୍ୟ ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡ଼ିଛି। ଏସବୁ ମଧ୍ୟରେ କଂଗ୍ରେସ ପ୍ରକାଶ କରିଛି ୩୦ ଜଣ ଷ୍ଟାର ପ୍ରଚାରଙ୍କ ତାଲିକା। କଂଗ୍ରେସର ଏହି ତାଲିକାରୁ ବାଦ ପଡ଼ିଛନ୍ତି ୨ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ଦିଗବିଜୟ ସିଂହ। ଅପରପକ୍ଷେ ଶତ୍ରୁଘ୍ନ ସିହ୍ନା ଓ ରାଜ ବବ୍ବରଙ୍କ ଭଳି ପ୍ରସିଦ୍ଧ ନେତା-ଅଭିନେତାଙ୍କୁ ୩୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକାରେ ସାମିଲ କରିଛି କଂଗ୍ରେସ।

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)କୁ ପଠାଇଥିବା ବିଜ୍ଞପ୍ତିରେ ପାର୍ଟି ଅସନ୍ତୁଷ୍ଟ ନେତା ଗୁଲାମ ନବୀ ଆଜାଦ, ସଚିନ ପାଇଲଟ ଓ ସଞ୍ଜୟ ନିରୁପମଙ୍କୁ ମଧ୍ୟ ତିନି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। କେବଳ ଏତିକି ନୁହେଁ ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାଁ ମଧ୍ୟ ସାମିଲ ଅଛି। ଷ୍ଟାର ପ୍ରଚାରକ ତାଲିକାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମଧ୍ୟ ସ୍ଥାନ ମିଳିଛି। ତେବେ ତାଙ୍କ ବିରୋଧୀ ନବଜୋତ ସିଂହ ସିଦ୍ଧୁ ଏଥିରେ ବାଦ୍ ପଡ଼ିଛନ୍ତି। ଏହା ସହ ତାଲିକାରେ ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି।

କରୋନା ଯୋଗୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚନ ବେଳେ କୌଣସି ଫିଜିକାଲ ରାଲିକୁ ସମ୍ବୋନ୍ଧିତ କରିବେ ନାହିଁ। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ୬ଟି ରାଲି ସମ୍ବୋଧନ କରିବାର ସୂଚନା ରହିଛି। କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି, ପ୍ରତ୍ୟେକ ପର୍ଯ୍ୟାୟରେ ଜଣେ ରାଲି ମହାମେଣ୍ଟର ସହଯୋଗୀ ଦଳ ସହିତ ସଂଯୁକ୍ତ ଭାବେ ରହିବ।

Comments are closed.