Odisha Link
Bridging the Missing Links in Odisha

କୁଏତ ଦିବଂଗତ ସମ୍ରାଟଙ୍କୁ ଭାରତ ତରଫରୁ ଶ୍ରଦ୍ଧାଞ୍ଜଳି ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କୁଏତର ସମ୍ରାଟ ସେଖ ସବାହଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସାରା ଦେଶକୁ ପ୍ରତନିଧିତ୍ୱ କରି ସେ ଦେଶର ବର୍ତମାନ ସମ୍ରାଟ ସେଖ ନୱାଫଙ୍କୁ ସାକ୍ଷାତ କରିଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୁଏତର ଦିବଂଗତ ସମ୍ରାଟଙ୍କୁ ଆରବ କୁଟନୀତରି ଭୀଷ୍ମପିତାମହ ଭାବରେ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ । ଏହି ଦିବଂଗତ ନେତା ବିଶ୍ୱରେ ଶାନ୍ତି, ସଦଭାବ ଓ ସ୍ଥିରତା ପାଇଁ ଗୁରୁତ୍ୱପୂରର୍ଣ୍ଣ ଭୂମିକା ନେଇଥିବା ଦେଶକୁ ପ୍ରତନିଧିିତ୍ୱ କରିପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ ।

ଦିବଂଗତ କୁଏତ ସମ୍ରାଟ ସେଖ ସବାହ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିବା ସହ କୁଏତଲର ବସବାସ କରୁଥିବା ଭାରତୀୟ ସମୁଦାୟଙ୍କର ମଧ୍ୟ ଉପଯୁକ୍ତ ଯତ୍ନ ନେଇଥିବା ପ୍ରଧାନ କହିଛନ୍ତି । ପ୍ରଧାନ ଶୋକବ୍ୟକ୍ତ କରିବା ପରେ କୁଏତର ବର୍ତମାନର ସମ୍ରାଟ ସେଖ୍ ନୱାଫ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କ ପ୍ରତି ତାଙ୍କର ଧନ୍ୟବାଦ ବ୍ୟକ୍ତ କରିଛନ୍ତି ।

ଏହିଗସ୍ତ ସମୟେର କୁଏତର ତୈଳମନ୍ତ୍ରୀ ଡା. ଖାଲେଦ ଅଲ୍ଲିଙ୍କ ସହ ସାକ୍ଷାତ ସମୟ ରେ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଲୋଚନା ହୋଇଥିଲା । ଶକ୍ତିସୁରକ୍ଷା ପାଇଁ ଭାରତ ଭଳିରାଷ୍ଟ୍ର କୁଏତକୁବିଶ୍ୱାସୀ ସହଯୋଗୀ ଭାବରେ ଗ୍ରହଣ କରିଥିବା ପ୍ରଧାନ କହିଛନ୍ତି ।

Comments are closed.