୧୪ରେ ସ୍ୱତନ୍ତ୍ର ନିଟ୍

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୪ରେ ହେବ ସ୍ୱତନ୍ତ୍ର ନିଟ୍ ପରୀକ୍ଷା। କରୋନା ଆକ୍ରାନ୍ତ ହୋଇଥିବାରୁ ଯେଉଁ ପରୀକ୍ଷାର୍ଥୀ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ (ନିଟ) ପରୀକ୍ଷା ଦେଇପାରି ନଥିଲେ, ସେମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ପରୀକ୍ଷା କରାଯିବ। ପରୀକ୍ଷା ସମୟରେ ଯେଉଁ ପରୀକ୍ଷାର୍ଥୀ କରୋନା ଆକ୍ରାନ୍ତ ଥିଲେ କିମ୍ବା କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ରହିଥିଲେ, ସେମାନଙ୍କ ଲାଗି ଏହି ପରୀକ୍ଷା କରାଯିବ।
ସୋମବାର ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ‘ନିଶଙ୍କ’ ଟ୍ୱଟ କରି କହିଛନ୍ତି ଅକ୍ଟୋବର ୧୬ରେ ନିଟ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳ କେଉଁ ସମୟରେ ବାହାରିବ ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ।