Odisha Link
Bridging the Missing Links in Odisha

ବିଏମସିର ପୂଜା ଗାଇଡଲାଇନ୍

ଭୁବନେଶ୍ୱର: ଆସୁଛି ପାର୍ବଣ ଋତୁ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ପୂଜାରେ କରୋନା କରୋନା ସଂକ୍ରମଣକୁ ରୋକିବା ପାଇଁ ପୂଜା ଗାଇଡଲାଇନ ଜାରି କରିଛି ବିଏମସି। ଜାରି ନିୟମକୁ ଉଲ୍ଲଂଘନ କଲେ ଦଣ୍ଡ ସାଙ୍ଗକୁ ଜରିମାନା ଆଦାୟ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା କଡ଼ା ଚେତାବନୀ ଦିଆଯାଇଛି।

ବିଏମସି ପୂଜା ଗାଇଡଲାଇନ ମୁତାବକ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ବିନା ଜାକଜମକରେ ପୂଜାବିଧି କରନ୍ତୁ। ପୂଜାରେ ସର୍ବସାଧାରଣଙ୍କ ଯୋଗଦାନକୁ ପ୍ରଶୟ ନ ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିବେଦନ କରାଯାଇଛି।

ଏଥିସହ ପୂଜା ପାଇବାକୁ ଥିବା ମୂର୍ତ୍ତିଙ୍କ ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ। ପେଣ୍ଡାଲ ଚାରିପାଶ୍ୱର୍ ଘୋଡ଼ାଇବା ସହ ଡାକବାଜି ଯନ୍ତ୍ରର ବ୍ୟବହାର ନ କରିବା। ଏକ ସମୟରେ ମଣ୍ଡପରେ ପୂଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣଙ୍କ ଠାରୁ ଅଧିକ ବ୍ୟକ୍ତି ରୁଣ୍ଡ ନ ହେବା।

ପୂଜା କରୁଥିବା ଅନୁଷ୍ଠାନ ଗୀତ, ନାଚ, ସଙ୍ଗୀତ ଖେଳକୁଦ ସାମଗ୍ରୀ ଦୋକାନ ଖୋଲି କିମ୍ବା ଲଟେରି କାର୍ଯ୍ୟକ୍ରମ କରାଇ ଜନଗହଳି ନ କରିବା। ପ୍ରଶାସନ ଦ୍ୱାରା କରାଯାଇଥିବା ଅସ୍ଥାୟୀ ପୋଖରୀରେ ନିରାଡ଼ମ୍ବରରେ ମୂର୍ତ୍ତି ବିସର୍ଜନ କରିବା ସହ କୋଭିଡ ନିୟମ ଓ ଆନୁସଙ୍ଗିକ ନିର୍ଦ୍ଦେଶାବଳୀ ମାନିବାକୁ ଗାଇଡଲାଇନ ମାଧ୍ୟମରେ ବିଏମସି ପକ୍ଷରୁ କୁହାଯାଇଛି।

Comments are closed.