ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜୟ ଶଙ୍କର ଦାସ

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳୀୟ କର୍ମୀଙ୍କ ସହ ବିଶାଳ ରାଲିରେ ଯାଇ ନାମାଙ୍କନ ଭରିଛନ୍ତି ବିଜୟ ଶଙ୍କର। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜୟ। ବିଜୟଙ୍କ ସହ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ବହୁ ତୁଙ୍ଗ ନେତା ସାମିଲ ହୋଇଛନ୍ତି ।
ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପୂର୍ବରୁ ଦଳୀୟ କାମରେ ବାପାଙ୍କୁ ସହଯୋଗ କରୁଥିବା ବେଳେ ଏବେ ସକ୍ରିୟ ଭାବେ ନେତୃତ୍ୱ ନେବାକୁ ପ୍ରସ୍ତୁତ ହୋଇଛନ୍ତି। ପୂର୍ବରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ଜଗତ୍ସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ କରିଥିଲେ।କରୋନା କଟକଣା ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ନଥିବାରୁ ମନ୍ଦିରର ମୁଖ୍ୟ ଦ୍ୱାର ବାହାରେ ସେ ପୂଜାର୍ଚ୍ଚନା କରିଥିଲେ।