Odisha Link
Bridging the Missing Links in Odisha

ପଥର ଖାଦନରେ ବିସ୍ଫୋରଣ: ୩ ମୃତ ୬ ଗୁରତର

ଗୁଣୁପୁର: ପଥର ଖାଦନ ସମୟରେ ବିସ୍ଫୋରଣ ହୋଇ ୩ ଶ୍ରମିକ ମୃତ ୬ ଗୁରତର ହୋଇଛନ୍ତି । ଓକିଲାଗୁଡ଼ାରେ ଥିବା ପଥର ଖାଦାନରେ ବିସ୍ଫୋରଣ ହୋଇଥିଲା।

ସୂଚନା ଅନୁସାରେ ୩ ମୃତକଙ୍କ ମଧ୍ୟରୁ ୨ ମହିଳା ଶ୍ରମିକ ଅଟନ୍ତି । ପଥର ଫଟାଇବା ସମୟରେ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟକ୍ରମ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ ଗୁଣୁପୁର ଥାନା ଅନ୍ତର୍ଗତ ଓକିଲଗୁଡ଼ା ନିକଟରେ ଥିବା ଏକ ପଥର ଖାଦାନରେ ନୁଙ୍ଗୁରୁତାଲ୍‌ ଗ୍ରାମର ଶ୍ରମିକମାନେ କାମ କରୁଥିଲେ। ଖାଦାନରେ ବିସ୍ଫୋରଣ ପରେ ପଥର ଖଣ୍ଡଗୁଡ଼ିକ ଶ୍ରମିକଙ୍କ ଦେହରେ ଆସି ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ବେବେ ବିସ୍ଫୋରଣ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି।

Comments are closed.